ଭଗତପୁର ପୂଜା କମିଟି ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ

କଟକ : କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଅନେକ ଲୋକ ଓ ବିଭିନ୍ନ ବୃତ୍ତିଧାରୀ ନିଜକୁ ସାମିଲ କରିଛନ୍ତି । ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଛାଡ଼ି ସଂକ୍ରମଣ ରୋକିବା ପାଇଁ  ଉତ୍ସର୍ଗୀକୃତ ସେବା ନିମନ୍ତେ ଦିନରାତି ଏକ କରିଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଶନିବାର ସାରା ଓଡ଼ିଶାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

କଟକ ଭଗତପୁର ପୂଜା କମିଟି ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । କମିଟିର ସଭାପତି ବିବେକାନନ୍ଦ ପାତ୍ର ଓ ସଂପାଦକ ଭବାନି  ଶଙ୍କର ମହାରଣାଙ୍କ ନେତୃତ୍ବରେ କମିଟିର ସଦସ୍ୟ ଓ ସାହି ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଗୁପ୍ତ, ମୀର ମୁଜାଫର ଅଲ୍ଲୀ, ଶ୍ୟାମା ପ୍ରସାଦ ପାଣିଗ୍ରାହୀ, ପ୍ରତାପ ଜେନା, ରବିନ୍ଦ୍ର ମହାରଣା, ସୁକାନ୍ତ କୁମାର ବିଶୋଇ, ରଘୁନାଥ ତ୍ରିପାଠୀ, ଦାଶରଥୀ ପାଣିଗ୍ରାହୀ, ଭାଗ୍ୟଧର ଓଝା, ବାଦଲ ମହାରଣା,  ବାବୁ ରଣା, ବିଷ୍ଣୁ ଚରଣ ମହାରଣା, ଗଦାଧର ପୃଷ୍ଟି, ବିଜୟ କୁମାର ସାହୁ, ଶିବ ସେଠୀ, ପ୍ରଦୀପ ବିଶୋଇ, ସୁନାକର ସାହୁ, ଗୋପାଳ ଚନ୍ଦ୍ର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ସାହୁ,  ନାରାୟଣ ସେଠୀ, ସୁବାଶି​ଷ ହାଜରା, ଜୟ ପ୍ରକାଶ ମହାରଣା ଓ ବିଷ୍ଣୁ ଚରଣ ଲୋଙ୍କା​ଙ୍କ ସମେତ ଅନେକ ଛୋଟ ଛୋଟ ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।‌

Comments are closed.