ବିଧାନସଭା ପରିସରରେ ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର : ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ ସମୟରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ସମସ୍ତ ପଦାଧିକାରୀ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷାପୂର୍ବକ ବିଧାନସଭା ସୌଧ ସମ୍ମୁଖରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଡ୍‌ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ନିମନ୍ତେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ ।

Comments are closed.