ରିଭର ଭ୍ୟୁ ଟାୱାର ପରିବାର ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ

କଟକ : କୋଭିଡ୍‌ ଯୁଦ୍ଧରେ ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଛାଡ଼ି ସଂକ୍ରମଣ ରୋକିବା ପାଇଁ  ଉତ୍ସର୍ଗୀକୃତ ସେବା ନିମନ୍ତେ ଦିନରାତି ଏକ କରିଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଶନିବାର ସାରା ଓଡ଼ିଶାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

କଟକ ଉପକଣ୍ଠ ନିମପୁରସ୍ଥିତ ଏମଏମ୍ ରିଭର ଭ୍ୟୁ ଟାୱାରର ଅନ୍ତେବାସୀମାନେ ମଧ୍ୟ ଶନିବାର ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ରିଭର ଭ୍ୟୁ ଟାୱାର ପରିବାର ବହୁ ସଦସ୍ୟ ଓ ଛୋଟ ପିଲାମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

Comments are closed.