ଯମୁନା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା: ୨ ମୃତ, ୨୦ରୁ ଊର୍ଦ୍ଧ୍ବ ବୁଡ଼ିଥିବା ଆଶଙ୍କା

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଗୁରୁବାର ଘଟିଛି ଏକ ବଡ଼ ଅଘଟଣ। ଯମୁନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଛି। କୁହାଯାଉଛି ଯେ, ଡଙ୍ଗାରେ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ। ସେଥି ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ଏବଂ ୨୦ରୁ ଊର୍ଦ୍ଧ୍ବ ଲୋକ ବୁଡ଼ି ଯାଇଛନ୍ତି। ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଡ଼ାଳିଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ସୂଚନା ଅନୁସାରେ, ମରକା ଥାନା ଅଞ୍ଚଳରେ ଯମୁନା ନଦୀରେ ଫତେହପୁରରୁ ମରକା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହୋ ହାଲ୍ଲା ହୋଇଥିଲା। ବାନ୍ଦା ପୁଲିସ ଅଧିକ୍ଷକଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବୁଡ଼ାଳି ଏବଂ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

 

Comments are closed.