ତିନି ଦିନିଆ ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନ୍ଦୋଳନ ଜୋର ଧରିଛି। ଆଜି ଠାରୁ ତିନି ଦିନ ସମ୍ବଲପୁରରେ ବନ୍ଦ ଡାକରା ଦିଆଯାଇଛି। ଦୁଇଟି ସଂଗଠନ ପକ୍ଷରୁ ଏହି ବନ୍ଦ ଡକାରା ଦିଆଯାଇଛି। ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ଏବଂ ଓକିଲ ସଂଘ ସିଏସି ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ କୋର୍ଟ କଚେରୀ ବନ୍ଦ ରହିଛି। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ଆନ୍ଦୋଳନକାରୀ ଧାରଣା ଦେଇଥିବାରୁ କଚେରି ଛକରୁ ବିଚାରପତିମାନେ ଫେରିଯାଇଛନ୍ତି। ଆସନ୍ତା କାଲି ରବିବାର ହୋଇଥିବାରୁ ସମ୍ବଲପୁର ବନ୍ଦ କରାଯିବ ନାହିଁ। କିନ୍ତୁ ୨୩ ଓ ୨୪ରେ ପୁଣି ସମ୍ବଲପୁର ବନ୍ଦ ଡାକରା ଦିଆଯିବ। ଏହି ବନ୍ଦ ପାଳନରେ ସମ୍ବଲପୁର ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ଡାକଘର ଓ ଶିକ୍ଷାନୁଷ୍ଠାନ ଖୋଲା ରହିବ। ଦାବି ପୂରଣ ନ ହେବା ଯାଏଁ ପ୍ରତି ମାସର ଶେଷ ୩ଟି କାର୍ଯ୍ୟ ଦିବସରେ ବନ୍ଦ ପାଳନ କରାଯିବ ବୋଲି ଆନ୍ଦୋଳନକରୀମାନେ ନିଷ୍ପତ୍ତି ନେଇଛନ୍ତି।

Comments are closed.