ଆ​ମ ଦେଶର ଏମିତି ଏକ ଗାଁ ; ଯେଉଁଠି ସମସ୍ତେ ​‌ ସୌର ଚୁଲାରେ ଖାଦ୍ୟ ରାନ୍ଧନ୍ତି

ଭୋପାଳ : ସୌର ଶକ୍ତିର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆ​ମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ସମସ୍ତେ ​‌ ସୌର ଚୁଲା ବ୍ୟବହାର କରୁଛନ୍ତି।

ମଧ୍ୟପ୍ରଦେଶର ବେତୁଲ୍‍ ଜିଲ୍ଲା ସ୍ଥିତ ବାଞ୍ଚା ହେଉଛି ଦେଶର ପ୍ରଥମ ଗ୍ରାମ,ଯେଉଁଠି ଶତକଡ଼ା ୧୦୦ ଭାଗ ପରିବାର ଖାଦ୍ୟ ରନ୍ଧିବା ପାଇଁ ସୌର ଚୁଲା ବ୍ୟବହାର କରୁଛନ୍ତି । ସେହି ଗ୍ରାମର ସମସ୍ତ ୭୫ଟି ଯାକ ଘରେ କେହି ମଧ୍ୟ କାଠ ଚୁଲି କିମ୍ବା ଏଲ୍‍ପିଜି ସିଲିଣ୍ଡର ବ୍ୟବହାର କରୁ ନାହାନ୍ତି । ରନ୍ଧନ କାର୍ଯ୍ୟ ପାଇଁ ସେହି ଗ୍ରାମର ଲୋକମାନେ ମଧ୍ୟ ଆଉ କାଠ କାଟୁ ନାହାନ୍ତି। ସେହି ଗ୍ରାମପାଇଁ ୨୦୧୭ ମସିହା ସେପ୍ଟେମ୍ବର ମାସରେ ସୌର ଚୁଲା ପ୍ରକଳ୍ପ ଆରମ୍ଭ ହୋଇଥିଲା ଓ ୨୦୧୮ ଡିସେମ୍ବର ମାସରେ ଏହା ଶେଷ ହୋଇଥିଲା।

ବିନା ପ୍ରଦୂଷଣ ଓ ବିନା ଏଲ୍‍ପିଜି ବ୍ୟବହାର କରି ଏଠାକାର ସମସ୍ତେ ବେଶ ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।​‌

Comments are closed.