ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ କଦଳୀ ଚା’

ସାଧାରଣତଃ କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ମଧ୍ୟ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, କଦଳୀରୁ ଚା’ ମଧ୍ୟ ପ୍ରସ୍ତୁତ ହୋଇଥାଏ ଏବଂ ଏହି କଦଳୀ ଚା’ ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। କଦଳୀ ଚା’ରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ,ପୋଟାସିୟମ୍,ମ୍ୟାଗ୍ନେସିୟମ୍,ମିନେରାଲ ଏବଂ ଫାଇବର ରହିଛି। ତେବେ ଚାଲନ୍ତୁ ଜାଣିବା କଦଳୀ ଚା’ ପ୍ରସ୍ତୁତ କରିବାର ପ୍ରଣାଳୀ ଓ ଏହାର ଉପକାରିତା ବିଷୟରେ –

ପସ୍ତୁତି ପ୍ରଣାଳୀ :
କଦଳୀ ଚା’ ପ୍ରସ୍ତୁତ କରିବା ପାଇଁ ଏକ କପ୍ ପାଣିରେ ଅଧା ଚାମଚ ଡାଲଚିନି ପାଉଡର ପକାଇ ଫୁଟାନ୍ତୁ। ଏହାପରେ ପାଚିଲା କଦଳୀ ଚୋପାକୁ ଛଡ଼ାଇ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ ଏବଂ ସେହି ଫୁଟନ୍ତା ପାଣିରେ ଏହାକୁ ପକାଇ ଫୁଟାନ୍ତୁ। ଏବେ ଏହାକୁ ଛାଣି ନଖ ଉଷୁମ ଥିବା ବେଳେ ପିଅନ୍ତୁ।

କଦଳୀ ଚା’ ପିଇବାର ଲାଭ :
• କଦଳୀ ଚା’ରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ପେଟବ୍ୟଥା, ଏସିଡିଟି ଏବଂ ବଦହଜମୀର ସମସ୍ୟା ରହିଛି ତେବେ କଦଳୀ ଚା’ ପିଅନ୍ତୁ।
• କଦଳୀ ଚା’ ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନ କଦଳୀ ଚା’ ପିଇବେ ତେବେ ଆପଣଙ୍କ ପାଚନ ପ୍ରକ୍ରିୟା ଠିକ୍ ରହିବ।
• ଯଦି ଆପଣଙ୍କୁ ନିଦ ହେଉନାହିଁ ତେବେ ପ୍ରତିଦିନ କଦଳୀ ଚା’ ପିଅନ୍ତୁ। ଏହାକୁ ପିଇବା ଦ୍ବାରା ନିଦ୍ରା ହୀନତା ଦୂର ହୋଇଥାଏ।
• ଆଜିକାଲି ଅଧିକାଂଶ ଲୋକେ ମାନସିକ ଅବସାଦର ଶିକାର ହେଉଛନ୍ତି। କଦଳୀ ଚା’ ପିଇବା ଦ୍ବାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ ଯାହା ଦ୍ବାରା ଆପଣଙ୍କ ମାନସିକ ଚିନ୍ତା ଏବଂ ଅବସାଦ ଦୂର ହୋଇଥାଏ।

Comments are closed.