ବାନାନା ମିଲ୍କ ସ୍ମୃଦି

ଆବଶ୍ୟକ ସାମଗ୍ରୀ
କଟା ସେଓ – ୨ଟି
କଦଳୀ – ୨ଟି
ଓଟସ – ୧ ଚାମଚ
ଅଖରୋଟ – ୩ଟି
କ୍ଷୀର – ୨କପ
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ଚିନି – ଅଳ୍ପ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଅଖରୋଟକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏବେ କ୍ଷୀର, କଦଳୀ, କଟା ସେଓ, ଓଟସ, ଅଖରୋଟ, ଡ଼ାଲଚିନି ଗୁଣ୍ଡ, ଚିନିକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ଉପରେ କିଛି ବରଫ ଖଣ୍ଡ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାନାନା ମିଲ୍କ ସ୍ମୃଦି। ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Comments are closed.