MEllora 950×100

କଦଳୀ ଚୋପା ବ୍ୟବସାୟ

ଆମ ଦେଶୀ ବଜାରରେ କଦଳୀର ଆଦର ସବୁବେଳେ ରହିଛି। ବର୍ଷକ ୧୨ମାସ ଫଳଟି ବିକ୍ରି ହୁଏ। କଦଳୀ ପରି ଏହାର ଚୋପାର ମଧ୍ୟ କରାମତି କିଛି କମ୍ ନୁହେଁ। କେରଳ, ତାମିଲନାଡ଼ୁ, ଛତିଶଗଡ଼ ଆଦି ରାଜ୍ୟରେ କଦଳୀ ଚୋପାର ବ୍ୟବସାୟ ମଧ୍ୟ ଚାଲିଛି। ଏସବୁ ସ୍ଥାନରେ କଦଳୀ ଚୋପାକୁ ସଂଗ୍ରହ କରାଯାଇ ସେଥିରୁ ବ୍ୟାଗ୍, କାଗଜ, ପାପୋଛ ଆଦି ତିଆରି କରାଯାଉଛି। କଦଳୀ ଚୋପା ତିଆରି ଖାଇବା ଥାଳିର ଆଦର ଏବେ ରେସ୍ତୋରାଁ, ହୋଟେଲରେ ବଢ଼ୁଛି। ଦକ୍ଷିଣ ଭାରତରେ ଥିବା ଅଧିକାଂଶ ରେସ୍ତୋରାଁରେ ଏହି କଳଦୀ ଚୋପା ଥାଳିରେ ଗ୍ରାହକଙ୍କୁ ଖାଦ୍ୟ ପରଷାଯାଏ। କେବଳ କଦଳୀ ନୁହେଁ, ଏହାର ଚୋପାକୁ ବ୍ୟବସାୟରେ ଲଗାଇ ଯୁବପିଢ଼ି ବେଶ୍ ଲାଭବାନ୍ ହେଉଛନ୍ତି।

Comments are closed.