ବନାନା ଦୋସା

ଆବଶ୍ୟକ ସାମଗ୍ରୀ
ବିରି ଚାଉଳ ବଟା – ଆବଶ୍ୟକ ପରିମାଣରେ
କଦଳୀ – ୨ଟି
ବାଦାମ, ଅଖରୋଟ, କିସମିସ – ୧କପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବାଦାମ, ଅଖରୋଟ, କିସମିସକୁ ପେଷି ଦିଅନ୍ତୁ। ବର୍ତ୍ତମାନ ବିରି ଚାଉଳ ବଟାରେ କଦଳୀ ଓ ବାଦାମ, ଅଖରୋଟ, କିସମିସ ଗୁଣ୍ଡକୁ, ସାମାନ୍ୟ ଲୁଣ ମିଶାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ଅଳ୍ପ ତେଲ ଲଗାନ୍ତୁ। ଏହାପରେ ପ୍ରସ୍ତୁତ ବାଟଣକୁ ଡ଼ଙ୍କିରେ ନେଇ ତାୱାରେ ଦୋସା ଭଳି ଉଭୟ ପଟକୁ ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାକୁ ନଡ଼ିଆ ଚଟଣି ସହ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନାନା ଦୋସା।

Comments are closed.