କଦଳୀ ଚୋପାର ଚମତ୍କାରୀ ଗୁଣ

ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ମୁହଁକୁ ସୁନ୍ଦର ଓ ଉଜ୍ୱଳ ମଧ୍ୟ କରିଥାଏ। ଫଳ ଖାଇବା ବ୍ୟତୀତ କିଛି ଫଳର ଚୋପା ମଧ୍ୟ ମୁହଁ ପାଇଁ ଆଶୀର୍ବାଦ। ଏହା ହୁଏତ ସଭିଏଁ ଜାଣିନଥିବେ। ଆସନ୍ତୁ ଜାଣିବା ଏ ବିଷୟରେ….
କଦଳୀ ଖାଇବାକୁ ଯେତେ ସୁଆଦିଆ, ଏଥିରେ ଭିଟାମିନ ବି୬ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। କଦଳୀ ବ୍ୟତୀତ ଏହାର ଚୋପା ମଧ୍ୟ ଖୁବ ଲାଭଦାୟକ।
ମୁହଁରେ ବ୍ରଣ ସମସ୍ୟା ଲାଗି ରହୁଥିଲେ ସପ୍ତାହକୁ ୨ ରୁ ୩ ଥର କଦଳୀ ଚୋପାକୁ ହାଲକା ଭାବେ ଘଷନ୍ତୁ। ଏପରି କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।
ଗୋଇଠିର ଯନ୍ତ୍ରଣା ଦୂର ଓ ନରମ କରିବା ପାଇଁ କଦଳୀ ଚୋପାକୁ ବାଟି ଏହାର ପେଷ୍ଟକୁ ନିୟମିତ ଲଗାନ୍ତୁ। ଏପରି କରିବା ଦ୍ୱାରା ପାଦ ନରମ ହୋଇଥାଏ।
କଦଳୀ ଓ ମହୁକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।
କେଶକୁ ରେଶମୀ ଓ ସୁନ୍ଦର କରିବା ପାଇଁ କଦଳୀର ପେଷ୍ଟ ସହ ଅଳ୍ପ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରନ୍ତୁ। ଚମତ୍କାର ନିଜେ ଅନୁଭବ କରିବେ।

Comments are closed.