ଆରପାରିରେ ବିଶିଷ୍ଟ ତାଳବାଦ୍ୟ ଗୁରୁ ବନମାଳୀ ମହାରଣା

0

ଭୁବନେଶ୍ବର: ବିଶିଷ୍ଟ ତାଳବାଦ୍ୟ ଗୁରୁ ବନମାଳୀ ମହାରଣାଙ୍କ ଶନିବାର ଦେହାନ୍ତ ହୋଇଛି । ସେ ନିମୋନିଆ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ତାଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ୨୦୧୬ ମସିହାରେ ସମ୍ମାନିତ କରାଯାଇଥିଲା । ତାଙ୍କ ମୃତ୍ୟୁ ଖବରରେ ଓଡିଶାର କଳା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବାସଭବନରେ ପାର୍ଥିବ ଶରୀରକୁ ଶେଷଦର୍ଶନ ପାଇଁ ରଖାଯାଇଛି ବୋଲି ସ୍ବର୍ଗତଃ ବନମାଳୀ ମହାରଣାଙ୍କ ପୁଅ ସୂଚନା ଦେଇଛନ୍ତି ।

Leave A Reply