ମର୍ମନ୍ତୁଦ କାର୍‌ ଦୁର୍ଘଟଣା; ଗୋଟିଏ ପରିବାରର ୬ଜଣ ଗୁରୁତର

ବଣାଇ: ଜାଙ୍ଗଳା ନିକଟରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ଓଲଟି ପଡ଼ିବାର ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଗୋଟିଏ ପରିବାର ସଦସ୍ୟ ମାନେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ । ରାଉରକେଲାରୁ ଫେରିବା ସମୟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୬ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଓ ପରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର ରାଉରକେଲାର ଛେଣ୍ଡ କଲୋନୀର ହୋଇଥିବା ସୂଚନା ମିଳିଛି । ଏନେଇ ପୁଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Comments are closed.