ବଡ ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇ ମୃତ

ବଣାଇ : ସୁନ୍ଦରଗଡ ଜିଲାରେ ବୁଧବାର ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ବଡ ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଲହୁଣୀପଡା ଥାନା ଖୁଟୁଗାଁରେ। ପାରିବାରିକ କଳହରୁ ବଡ ଭାଇ ଏହି ନୃଶଂସ କାଣ୍ଡ ଘଟାଇଥିବା ନେଇ ଖବର ମିଳିଛି।
ସୂଚନା ଯୋଗ୍ୟ, ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ଖୁଟୁଗାଁ ଗ୍ରାମରେ  ବଡଭାଇ ବାଣେଶ୍ଵର କୁମୁରା(୫୭) ଏକ ଧାରୁଆ ଅସ୍ତ୍ରରେ ସାନ ଭାଇ ବିଶେଶ୍ବର କୁମୁରା (୫୫)କୁ ବେକ କାଟି ହତ୍ୟା କରିଛି । ଖୁଣ୍ଟଗାଁ ଗ୍ରାମର ଭୋଇ ସାହିରେ ଗୋଟାଏ ଘରେ ଦୁଇ ଭାଇ ଏକାଠି ବସବାସ କରି ରହୁଥିଲେ।
ଗତକାଲି ବିଳମ୍ବିତ ରାତିରେ ବଡଭାଇ କୌଣସି କାରଣକୁ ନେଇ ଏକ ଧାରୁଆ ଅସ୍ତ୍ରରେ ଘରେ ଶୋଇଥିବା ସାନ ଭାଇର ବେକକୁ କାଟି ହତ୍ୟା କରିଥିବା ଜଣାପଡିଛି।
ତେବେ ହତ୍ୟା କରି ଘଟଣାସ୍ଥଳରୁ ବଡଭାଇ ଫେରାର ହୋଇ ଯାଉଥିବା ବେଳେ ପରିବାର ଲୋକେ ଓ ଗ୍ରାମବାସୀ ତାକୁ ବିଛଣାପଟି ଗ୍ରାମରେ ଅଟକ ରଖି ଥିଲେ। ଆଜି ସକାଳେ ଲହୁଣିପଡ଼ା ପୁଲିସ ଖବର ଦେଇଥିବା ବେଳେ ଖବର ପାଇ ଲହୁଣିପଡ଼ା ଏସଆଇ ସୁଦର୍ଶନ ବେହେରା ପହଞ୍ଚି ଘଟଣାର ତଦନ୍ତ ଚଲାଇଥିବା ବେଳେ ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ ଓତା ଖୁଣ୍ଟଗାଁ ଗ୍ରାମକୁ ପହଞ୍ଚି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ତେବେ ହତ୍ୟା କରିଥିବା ବଡଭାଇ ବାଣେଶ୍ଵରକୁ ଲହୁଣିପଡ଼ା ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସାନଭାଇ ବିଶେଶ୍ବର କୁମୁରାର ଶବକୁ ଜବତ କରି ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.