ପୁଅକୁ ମାରି ଜଙ୍ଗଲରେ ଫିଙ୍ଗି ଦେଲା ବାପା

ବଣାଇ: ଘରୋଇ କଳିରୁ ବାପାର ନୃଶଂସ କାଣ୍ଡ। ନିଜ ପୁଅକୁ ମାରିବାକୁ ମଧ୍ୟ ପଛାଇନି ବାପା। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଲଟା ଅଞ୍ଚଳରେ।

ସୂଚନା ଅନୁଯାୟୀ, ଘରୋଇ କଳିରୁ ବାପା ଟାଙ୍ଗିଆରେ ମାରି ପୁଅର ମୃତ ଦେହ କାଲଟା ଜଙ୍ଗଲରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ସାବତ ମାଆ ସହାୟତାରେ ପୁଅର ମୃତଦେହ ଜଙ୍ଗଲରେ ଫିଙ୍ଗିଥିବା ଜଣାପଡ଼ିଛି। ପଡୋଶୀଙ୍କ ଠାରୁ ଖବର ପାଇ ପୁଲିସ କାଲଟା ଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରି ଘଟାଣର ତଦନ୍ତ ଆରମ୍ଭ କରିଛି।

Comments are closed.