ଖୁଣ୍ଟରେ ପିଟିହୋଇ ଦୁଇ ବାଇକ ଆରୋହି ମୃତ

0

ବଣାଇ : ବଣାଇ ଟିକାୟତ ପାଲି ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରପୁରର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟିହୋଇ ବାଇକ ଯୋଗେ ଯାଉଥିବା ଦୁଇ ଜଣ ଯୁବକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ ଦୁଇ ଜଣ ଯୁବକ ରକ୍ସି ଜାମଡିହି ଗ୍ରାମର ବୋଲି ଜଣାପଡି ଥିବା ବେଳେ ସେମାନେ ଟିକାୟତ ପାଲି ଥାନା ଅନ୍ତର୍ଗତ ବକୁଲିଡିହି ଗାଁକୁ ଆସିଥିଲେ। ବାଇକ ଯୋଗେ ଟୁନିଆପାଲି ଛକ ନିକଟକୁ ସନ୍ଧ୍ୟା ସମୟରେ ସେଠାରୁ ବକୁଲିଡିହି ଗ୍ରାମକୁ ଫେରୁଥିଲେ। ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ତଳେ ଥିବା ଏକ ଖୁଣ୍ଟରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଟିକାୟତ ପାଲି ଥାନା ଆଇଆଇସି ଓ ଏଏସଆଇ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି।

Leave A Reply