ବନଦୁର୍ଗା ବୃଦ୍ଧାଶ୍ରମରେ ଶୀତବସ୍ତ୍ର ବଣ୍ଟନ

ହରଭଙ୍ଗା : ସତ୍ୟ ସାଇ ସେଵା ସଙ୍ଗଠନ, ବୌଦ୍ଧ ତରଫରୁ ସ୍ଥାନୀୟ ହରଭଙ୍ଗା ବ୍ଲକ  ଚାରିଛକ ସ୍ଥିତ ବନଦୁର୍ଗା ବରିଷ୍ଠ ନାଗରିକ ଗୃହରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଵେଦଧ୍ଵନୀ ଉଚ୍ଚାରଣ ପୂର୍ବକ ସଙ୍ଗଠନର ଭାଇ ଭଉଣୀ ମାନେ ବୃଦ୍ଧାଶ୍ରମରେ ଥିବା ସମସ୍ତ ଗୁରୁଜନ ବୃଦ୍ଧ, ବୃଦ୍ଧା ମାନଙ୍କୁ ଫୁଲ, ଚନ୍ଦନ, ବିଭୂତି ଟୀକା ଅର୍ପଣ ପୂର୍ବକ ପାଦ ପୁଜନ କରିଥିଲେ । ଶୀତ ଲହରୀ ଜନିତ କଷ୍ଟ ଲାଘବ କରିବା ପାଇଁ ଶ୍ରୀ ସତ୍ୟସାଇ ୱିଣ୍ଟର ସନ ଯୋଜନାରେ ବୃଦ୍ଧବୃଦ୍ଧା ମାନଙ୍କୁ ୩୦ ଗୋଟି କମ୍ବଳ ବଣ୍ଟନ କରଯାଇଥିଲା। ଏହା ପରେ ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ଆଶ୍ରମର ସମସ୍ତ ଅନ୍ତେବାସୀ, କର୍ମଚାରୀ ଓ ସତ୍ୟସାଇ ସଙ୍ଗଠନର କର୍ମକର୍ତ୍ତା ମାନେ ଏକାଠି ପ୍ରସାଦ ସେବନ କରିଥିଲେ ।

Comments are closed.