ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼କୁ ଆସିବା ମନା : ଜିଲ୍ଲାପାଳ

ବଡ଼ମ୍ବା : ବାହାର ଜିଲ୍ଲା କିମ୍ବା ରାଜ୍ୟରୁ କଟକର ଆଠଗଡ଼କୁ ଆସିବା ପାଇଁ  କଟକଣା ଲାଗୁ ହୋଇଛି। ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା ଆସ ଉପରେ ଏହି କଟକଣା ଲାଗୁ ହୋଇଛି। ଆଠଗଡ଼ ସବ୍ ଡିଭିଜନ ଅଞ୍ଚଳରେ ୫ ଟି ସ୍ଥାନରେ ଯାଞ୍ଚ କରାଯିବ। ଆଠଗଡ଼, ତିଗିରିଆ, ବଡ଼ମ୍ବା , ନରସିଂହପୁର ତହସିଲଦାରମାନଙ୍କୁ ଏନେଇ ଦାୟିତ୍ଵ ଦିଆଯାଇଛି। ପୁଲିସ ମଧ୍ୟ କଡ଼ା ପହରା ଦେଇ ସଂପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଧେଶ ନାମା ଜାରି କରିଛନ୍ତି।

Comments are closed.