କେନ୍ଦ୍ର ସରକାରଙ୍କ ଖର୍ଚ୍ଚ କାଟ ନୀତି : ନୂଆ ନିଯୁକ୍ତି, ପଦ ସୃଷ୍ଟି ବନ୍ଦ

ନୂଆଦିଲ୍ଲୀ : କରେନା ମହାମାରୀ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କାଟ ନୀତି ଆପଣାଇଛନ୍ତି। ଖର୍ଚ୍ଚକାଟ୍ ନୀତି ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ​‌ କୌଣସି ପ୍ରକାର ନୂଆ ନିଯୁକ୍ତି ଦିଆଯିବ ନାହିଁ କି କୌଣସି ବିଭାଗରେ ନୂଆ ପଦ ସୃଷ୍ଟି କରାଯିବ ନାହିଁ। ଏପରିକି ଜୁଲାଇ ୧ ତାରିଖ ପରେ ସୃଷ୍ଟି କରାଯାଇଥିବା କୌଣସି ପଦବୀ ଯଦି ପୂରଣ ହୋଇ ନଥାଏ ତେବେ ଏହାକୁ ପୂରଣ କରାଯିବ ନାହିଁ। ଏହି ପଦ ପୂରଣ ପାଇଁ ଡିଓଇର ଅନୁମୋଦନ ନେବାକୁ ପଡିବ। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସରକାରଙ୍କ ଖର୍ଚ୍ଚକାଟ୍ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ ବିଦେଶରୁ ଆମଦାନୀ କାଗଜ ଦ୍ବାରା କୌଣସି ଛାପା କିମ୍ବା ପୁସ୍ତକ ପ୍ରକାଶନ କାର୍ଯ୍ୟ କରାଯିବ ନାହିଁ। ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ଯଥାସମ୍ଭବ କାଟଛାଣ୍ଟ କରାଯିବ। କୌଣସି ମନ୍ତ୍ରଣାଳୟ ନିଜର କନସଲଟାଣ୍ଟ ନିଯୁକ୍ତି ଦେଇପାରିବେ ନାହିଁ। ପ୍ରତ୍ୟେକ ମନ୍ତ୍ରଣାଳୟ ନିଜର ଖର୍ଚ୍ଚକୁ ନିୟମିତ ସମୀକ୍ଷା କରିବେ।

Comments are closed.