ବ୍ରହ୍ମପୁରରେ କୃଷକ ସଂଘର ଆନ୍ଦୋଳନ

0

ବ୍ରହ୍ମପୁର: ବିଭିନ୍ନ ଦାବିପୂରଣ ନେଇ ସିଟୁ ଓ ଓଡ଼ିଶା କୃଷକ ସଂଘ ପକ୍ଷରୁ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ନେତା ଓ କର୍ମୀମାନେ ଏକ ବିରାଟ ପଟୁଆରରେ ବ୍ରହ୍ମପୁର ସହର ପରିକ୍ରମା କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ପହଞ୍ଚିଥିଲେ। ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ଦରମା ମାସକୁ ୧୮ ହଜାର, କ୍ୟୁଣ୍ଟାଲ୍ ପିଛା ଧାନର ଦର ୩ ହଜାର ଟଙ୍କା, କୃଷିଋଣ ଛାଡ଼ ଆଦି ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା । ଏଥିରେ ସିପିଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ବସନ୍ତ ନନ୍ଦ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply