ବିବାଦରେ ବାଲଠାକରେଙ୍କ ଆତ୍ମଜୀବନୀ ସମ୍ବଳିତ ଚଳଚ୍ଚିତ୍ର

0

ମୁମ୍ବଇ : ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନକାହାଣୀ ଆଧାରିତ ଚଳଚ୍ଚିତ୍ରକୁ ନେଇ ବିବାଦ ମୁଣ୍ଡଟେକିଛି। ମୁକ୍ତିଲାଭ ପୂର୍ବରୁ ସେନ୍‌ସର ବୋର୍ଡ ଏହି ଚଳଚ୍ଚିତ୍ରର ତିନିଟି ସଂଳାପ ଉପରେ ଆପତ୍ତି ଉଠାଇଛନ୍ତି। ଏଥିମଧ୍ୟରୁ ଦୁଇଟି ସଂଳାପ ଦକ୍ଷିଣ ଭାରତୀୟ ଏବଂ ବାବ୍ରି ମସ୍‌ଜିଦ ସମ୍ବନ୍ଧୀୟ ବୋଲି ଜଣାପଡିଛି। କିନ୍ତୁ ସେନ୍‌ସର ବୋର୍ଡଙ୍କ ଆପତ୍ତିକୁ ଶିବସେନା ପ୍ରତ୍ୟାଖ୍ୟାନ କରିଛି। ଏହି ସଂଳାପରେ ପରିବର୍ତ୍ତନ ୍କରାଯିବ ନାହିଁ ବୋଲି ଚଳଚ୍ଚିତ୍ରର କାହାଣୀକାର ତଥା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି। ବାଲସାହେବ (ବାଲଠାକରେ)ଙ୍କ ବିଚାରଧାରା ଦେଶକୁ ନୂତନ ଦିଗଦର୍ଶନ ଦେଉଥିଲା। ତାଙ୍କ ଜୀବନକାହାଣୀ ସମ୍ବଳିତ ଚଳଚ୍ଚିତ୍ର ମଧ୍ୟ ଠିକ ସେହିଭଳି କାର୍ଯ୍ୟ କରିବ। ବାଲଠାକରେ ଯେଭଳି ବ୍ୟକ୍ତିଥିଲେ, ଚଳଚ୍ଚିତ୍ରରେ ତାଙ୍କୁ ଠିକ ସେହିଭଳି ଚିତ୍ରଣ କରାଯାଇଛି। ଏଣୁ ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସଞ୍ଜୟ କହିଛନ୍ତି। ଇତିମଧ୍ୟରେ ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରକାଶ ପାଇଛି। ଟ୍ରେଲର ମୁକ୍ତିଲାଭ ଅବସରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ତାଙ୍କ ପତ୍ନୀ ରଶ୍ମିଠାକରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ ବାଲଠାକରେଙ୍କ ଭୂମିକାରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଦେଖିବାକୁ ମିଳିବ। ଏହା ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ।

Leave A Reply