ବାଲାଟ ପେପରରେ ନିର୍ବାଚନ ପାଇଁ ଦାବି କରିବେ ବିରୋଧୀ

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନକୁ ବାଲାଟ ପେପରରେ କରିବା ଲାଗି ବିରୋଧୀ ଦଳଗୁଡିକ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିବେ। ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିବା ଲାଗି ଆସନ୍ତା ସପ୍ତାହରେ ବିରୋଧୀ ଦଳଗୁଡିକ ଏକ ଆଲୋଚନାରେ ଏକାଠି ହେବେ। ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ସମ୍ମତ ଅଛନ୍ତି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ବୁଧବାର ମମତା ସଂସଦ ଭବନରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିବା ଅବସରରେ ଏହି ପ୍ରସଙ୍ଗ ଉଠାଇଥିଲେ। ତେଣୁ ମମତାଙ୍କ ଏହି ଦାବି ପଛରେ ୧୭ଟି ବିରୋଧୀ ଦଳ ସାମିଲ ହେବାର ସମ୍ଭାବନା ଅଛି। ଏପରି କି ଶିବସେନା ମଧ୍ୟ ବାଲାଟ ପେପରରେ ନିର୍ବାଚନ କରିବାକୁ ଦାବି କରିଛି।

Leave A Reply