ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦାବି: କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

କଟକ : ଗତ କିଛି ଦିନ ପୂର୍ବରୁ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା ହାସଲ କରିଥିବା ପ୍ରସିଦ୍ଧ କଟକ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦେବା ପାଇଁ ଦାବି ହୋଇଛି। ବୁଧବାର ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କଟକ ବାଲିଯାତ୍ରାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍ ମାନ୍ୟତା ଦେବାକୁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି।

Comments are closed.