ବାଲିଯାତ୍ରାରେ ବଞ୍ଜାରା ଲୁଟିଆ,୩କୁ ଧରିଲା ପୁଲିସ

0

କଟକ : ଯାତ୍ରା ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ହଠାତ୍‍ ବଞ୍ଜାରା ଲୁଟିଆ ଆବିର୍ଭାବ ହେବା ଘଟଣାକୁ ନେଇ ପୁଲିସକୁ ଚିନ୍ତାରେ ପକାଇ ଦେଇଛି। ଆଜି ଏହି ଲୁଟିଆମାନେ ୫ଜଣ ଯୁବତୀଙ୍କ ଭ୍ୟାନିଟ୍‍ ବ୍ୟାଗ୍‍କୁ କାଟି ଲୁଟ୍‍ପାଟ୍‍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଡିସିପି ଅଖିଳେଶ୍ୱର ସିଂହଙ୍କ ନିର୍ଦେଶକ୍ରମେ ସାଧାପୋଷାକ ଧାରୀ ପୁଲିସର ଏକ ଦଳ ପଡିଆ ସାରା ତନାଘନା କରି ୩ଜଣ ବଞ୍ଜାରା ପିଲାଙ୍କୁ ଉଠାଇ ନେଇ ପଚରାଉଚୁରା ଚଳାଇଛି। ଏହି ପିଲାମାନେ ଲୁଟ୍‍ ଦଳରେ ସାମିଲ ଥିବା ଜଣାପଡିଥିଲେ ମଧ୍ୟ ସେମାନେ କାହା ସହିତ ଏଠାକୁ ଆସିଛନ୍ତି ସେ ସଂପର୍କରେ ପୁଲିସ କୌଣସି ସୁରାକ୍‍ ପାଇବାରେ ସମର୍ଥ ହୋଇପାରିନାହିଁ। ଆଜି ଏଭଳି ଘଟଣା ଦେଖିବାକୁ ମିଳିବା ପରେ ପୁଲିସ ପକ୍ଷରୁ ମାଇକ୍‍ ଯୋଗେ ଉଭୟ ପଡ଼ିଆର ଲୋକଙ୍କ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।

Leave A Reply