ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ଚଢଉ

0

କଟକ : ଦୀର୍ଘ ୪ ଦିନ ହେଲାଣି କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି। ବିଭିନ୍ନ ପ୍ରକାରର ଆସବାବପତ୍ର ,ଖାଦ୍ୟ ଷ୍ଟଲ ଓ ଦୋଳି ନିକଟରେ ଲୋକେ ବେଶ ମଜା ନେଉଛନ୍ତି। କାଲି ରବିବାର ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା।
ବାଲିଯାତ୍ରାର ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢଉ କରାଯାଇଥିଲା। ଉପର ପଡ଼ିଆ ଓ ତଳ ପଡ଼ିଆରେ ଥିବା ଫୁଡ଼ ଷ୍ଟଲ ଉପରେ ଏହି ଚଢଉ କରାଯାଇଥିଲା। ସିଏମସି ସ୍ୱାସ୍ଥ୍ୟ ବିଭାଗ ଚଢଉ କରି ଦେଢ କ୍ୱିଣ୍ଟାଲରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା।

Leave A Reply