ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

0

କଟକ : ଆଜି ଠାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଚଳିତବର୍ଷ ପାଖାପାଖି ୧୩ ଶହରୁ ଅଧିକ ଷ୍ଟଲ ଖୋଲିବ। ଏହି ଷ୍ଟଲରେ ସମସ୍ତ ପ୍ରକାର ସାମଗ୍ରୀ ମିଳିବ। ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ବୈଦ୍ୟୁତିକ ଉପକରଣ ମଧ୍ୟ ମିଳିବ। ଏହାସହ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ମଧ୍ୟ ମିଳିବ। ବାଲିଯାତ୍ରା ପଡିଆରେ ବାଲୁକା କଳାର ବିଭିନ୍ନ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏହି ବର୍ଷ ଓରମାସର ୩୫୦ଟି ଷ୍ଟଲ୍ ପଡିଛି। ଦର୍ଶକଙ୍କ ନିମନ୍ତେ ଚଳିତ ବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ବାଲିଯାତ୍ରାରେ ଶୃଙ୍ଖଳିତ ବୁଲାବୁଲି କରିବା ପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦିଗ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପଡିଆ ମଧ୍ୟରେ ସାଦା ପୋଷାକଧାରୀ ପୁଲିସ ମୁତୟନ କରାଯାଇଥିବା ବେଳେ ମହାନଦୀ ପଠା ଉପରେ ସିସିଟିଭି ଦ୍ବାର ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି।

Leave A Reply