ବାଲିପାଟଣା ଗ୍ରନ୍ଥାଗାରର କର୍ମଚାରୀ ରତ୍ନାକର ନାୟକଙ୍କର ଦେହାନ୍ତ

ଭୁବନେଶ୍ଵର : ଭୁବନେଶ୍ଵର ଜିଲ୍ଲା ସୂଚନା ଲୋକ ଓ ସମ୍ପର୍କ କାର୍ୟ୍ୟାଳୟ ଅଧିନସ୍ଥ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାରର ଚତୁର୍ଥ ଶ୍ରେଣୀ କର୍ମଚାରୀ ରତ୍ନାକର ନାୟକଙ୍କର ୧୮ ତାରିଖ ରାତିରେ ପରଲୋକ ଘଟିଛି । ସେ କିଛିଦିନ ଧରି ଡାଇବେଟିସ ଓ ରକ୍ତହୀନତା ଆଦି ରୋଗରେ ପୀଡିତ ଥିଲେ। ୧୭ ତାରିଖରେ ତାଙ୍କ ଦେହ ବେଶୀ ଖରାପ ହେବାରୁ ତାଙ୍କୁ ସମ୍ ହସପିଟାଲକୁ ନିଆଯାଇଥିଲା । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ନିଜ ଘର ଖୋର୍ଦ୍ଧା ଜିଲ୍ଲା ସିମୋର ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିମ ଗ୍ରାମକୁ ନିଆଯାଇ ସେଠାରେ ଶବସତ୍କାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇବାପରେ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ, ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାରର ଗ୍ରନ୍ଥାଗାରିକ। ଦୀପାଳିବାଳା ଦାସ ଏବଂ ଡିଆଇପିଆରଓ କାର୍ୟ୍ୟାଳୟର ଅନ୍ୟ କର୍ମଚାରୀମାନେ ସ୍ଵର୍ଗତ ନାୟକଙ୍କ ଗ୍ରାମକୁ ଯାଇ ତାଙ୍କର ପତ୍ନୀ ହରପ୍ରିୟା ନାୟକଙ୍କୁ ସାକ୍ଷାତ କରି ସରକାରଙ୍କ ତରଫରୁ ଅନ୍ତେଷ୍ଟିକ୍ରିୟା ନିମନ୍ତେ ସହାୟତା ଅର୍ଥ ପ୍ରଦାନ ପୂର୍ବକ ସମବେଦନା ଜ୍ଞାପନ କରିଥିଲେ ।

Comments are closed.