ବୁଧବାର ଖୋଲିବ ବାଲିମେଳା ଜଳଭଣ୍ଡାରର ଦୁଇ ଗେଟ

0

ମାଲକାନଗିରି : ମାଲକାନଗିରି ଜିଲାରେ ଅବସ୍ଥିତ ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୧୦ଟାରେ ଏହି ଦୁଇ ଗେଟ ଖୋଲାଯିବ। ମଙ୍ଗଳବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ଡ୍ୟାମରେ ଜଳସ୍ତର କ୍ରମଶଃ ବଢିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଗେଟ ଖୋଲିବା ଦ୍ୱାରା ୨୦ହଜାର କ୍ୟୁସେଜ ଜଳ ନିଷ୍କାସିତ ହେବ। ଜନସାଧାରଣ ଏ ନେଇ ଭୟ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ନଦୀରେ ଜଳସ୍ତର ବଢିବାର ଆଶଙ୍କା ଥିବାରୁ ଦୋରାଗୁଡା, ଗୁଣ୍ଠାୱାଡା ଏବଂ ନୂଆଗୁଡା ପଞ୍ଚାୟତବାସୀଙ୍କୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି।

Leave A Reply