ବାଲିକୁଦିଆ ପାନୀୟ ଜଳପ୍ରକଳ୍ପ: ୨୧୪ କୋଟି ଟଙ୍କାର ବ୍ୟୟ ବରାଦ, ୫୪ ଗ୍ରାମପଞ୍ଚାୟତବାସୀ ହେବେ ଉପକୃତ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ରାଇଚନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଠାରେ ସ୍ଥାପିତ ହେବାକୁ ଯାଉଥିବା ବୃହତ ବିଷୁଦ୍ଧ ପାନୀୟ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଏବେଠାରୁ ସନ୍ଦେହ ଦେଖା ଦେଲାଣି। ବ୍ରାହ୍ମଣୀ ନଦୀରୁ ପାଣି ଉଠାଯାଇ ବିଶୋଧନ ପରେ ପାଇପ ଲାଇନ ଜରିଆରେ ଧର୍ମଶାଳା ବ୍ଲକର ୫୪ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯୋଗଇ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏହି ଜଳ ଯୋଗାଣ ପ୍ରକଳ୍ପ ଧର୍ମଶାଳା ବ୍ଲକ ରାଇଚନ୍ଦା ପଞ୍ଚାୟତର ବାଲିକୁଦିଆ ଠାରେ ବ୍ରାହ୍ମଣୀ ନଦୀ କୂଳରେ ସ୍ଥାପିତ ହେବ। ଏହାକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିବାରୁ ପାଖାପାଖି ଏକ ବର୍ଷ ସମୟ ଅତିକ୍ରାନ୍ତ ପରେ ଲୋକେ ବୁଝିଲେ ଓ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ସେବାରେ ଲାଗିବ ଭାବି ନିଜର ଦାବିରୁ ଓହରିଯାଇ ପ୍ରକଳ୍ପ ପାଇଁ ସମ୍ମତି ପ୍ରଦାନ କଲେ। ଏବେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ସଫେଇ ପରେ ପାଚେରୀ ନିର୍ମାଣ ହେବ। ଧର୍ମଶାଳାର ସବୁ ଜଳ ଯୋଗାଣ ପ୍ରକଳ୍ପଠାରୁ ଏହା ଭିନ୍ନ। ଏହା ଏକ ପ୍ରକଳ୍ପ ମେଗା ପ୍ରକଳ୍ଫ। ଏହା ଦ୍ୱାରା ପୁରା ଧର୍ମଶାଳା ପାଣି ପାଇବ ବୋଲି ସୂଚନା ଅଛି।

Representational Image

ବର୍ତ୍ତମାନର ଅବସ୍ଥା ଯାହା ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ପାଣ୍ଠି ଧର୍ମଶାଳାର ଅନ୍ୟ ଓଭରହେଡ ପାଣି ପ୍ରକଳ୍ପ ପରି ପାଣିରେ ପଡିବ ବୋଲି ସନ୍ଦେହ କରାଯାଉଛି। ବାଲିକୁଦିଆ ମୌଜାରେ ଖାତା ନଂ ୯୧୬, ପ୍ଲଟ ନଂ ୧୮୪୨ ଉପରେ ୧୦ ଏକରରୁ ଅଧିକ ଜମି ଉପରେ ଆରମ୍ଭ ହୋଇଥିବା ପ୍ରକଳ୍ପର କାର୍ଯ୍ୟକୁ ଭାଗ ଭାଗ କରି ସ୍ଥାନୀୟ ଅଂଚଳର ଲୋକେ ଠିକାରେ ନେଇ କରିବାକୁ ଏବେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି। ପ୍ରକଳ୍ପ ପାଇଁ ୨୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି କାର୍ଯ୍ୟ କରିବାକୁ ରାଜ୍ୟ ବାହାରର ଠିକା ସଂସ୍ଥା ଏମଇଆଇଏଲ ଚୁକ୍ତି କରିଛି। ଏହା ବାହାର ସଂସ୍ଥା ହୋଇଥିବାରୁ ସ୍ଥାନୀୟ କିଛି ଯୁବ ନେତା ଦଲାଲ ଏବେ ଠାରୁ କାମ ହାତେଇବାକୁ ଚକ୍ରାନ୍ତ କରୁଥିବା ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ମିଳିଛି। ଏପରିକି ଏବେ ପ୍ରତି ଗାଁରେ ପାଇପ ବିଛାଇବା କାର୍ଯ୍ୟକୁ ଏହିପରି ଭାବରେ ବାଣ୍ଟି ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଇପ ବିଛା କାର୍ଯ୍ୟରେ ଦୁର୍ନିତି ଏବେ ଚରମ ସୀମାରେ ପହଞ୍ôଚଛି। କୋଉଠି ଲୁହା ପଇପ ବିଛାଇବା ବଦଳରେ ପ୍ଲାଷ୍ଟିକରେ ଚଳାଇ ଦିଆଯାଉଛି। ବରଡା ଛକ ଠାରୁ ତୁରଙ୍ଗ ପର୍ଯ୍ୟନ୍ତ ଆରଡି ରାସ୍ତା ପାର୍ଶ୍ବରେ କିଛି ବାଟ ଲୁହା ପାଇପ ବିଛା ଯାଇଥିବା ବେଳେ ହଠାତ କାର୍ଯବନ୍ଦ କରାଯାଇଥିଲା। ପରେ ସେହିଠାରୁ ଲୁହା ପାଇପ ବିଛେଇବା ବନ୍ଦ କରି ପ୍ଲାଷ୍ଟିକ ପାଇପରେ କାମ ଚଳାଇ ଦିଆଯାଇଥିବା ସେଠାକାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ନିତି ଏତିକିରେ ସରିନାହିଁ।

ପ୍ରିୟାପ୍ରତି ତୋଷଣ କରାଯାଇ ପାଇପ ବିଛା କାର୍ଯ୍ୟ ଚାଲିଛି। ମଧୁପୁରଗଡ ପଂଚାୟତରେ ପାଣି ଯୋଗାଣ ପଇଁ କରାଯାଉଥିବା ପାଣିଟାଙ୍କିଟି ପୂର୍ବରୁ କରାଯାଇଥିବା ବସୁଧା ଯୋଜନାର ଟାଙ୍କିଠାରୁ ୮/୧୦ ଫୁଟ ତଳକୁ ନିର୍ମାଣ କରାଯାଉଥିବାରୁ ଏହାକୁ ମଧ୍ୟ ଲୋକେ ବିରୋଧ କରି ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାପାଳଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ପୂର୍ବରୁ ହୋଇଥିବା ବସୁଧା ଯୋଜନାର ଟାଙ୍କି ଲୋକମାନଙ୍କ ଘରେ ପାଣି ପହଞ୍ଚାଇବାରେ କେତେକାଂଶରେ ବିଫଳ ହୋଇଛି। ମଧୁପରଗଡ ରାଜସ୍ୱ ଗ୍ରାମର କୁକୁଡାଖାଳିକୁ ଏହି ଟାଙ୍କି ପାଣି ଯୋଗାଇ ପାରିନାହିଁ। ସେଠାରେ ତିଆରି ହୋଇଥିବା ପାଣି ପୋଷ୍ଟ ଏବେ ଭାଙ୍ଗି ରୁଜି ଗଲାଣି। ଏହି ମେଗା ପ୍ରକଳ୍ପର ଟାଙ୍କି ତାଠାରୁ କମ ଉଚ୍ଚରେ କରାଯାଉଥିବାରୁ ଏହା କିପରି ପଂଚାୟତର ଅନ୍ୟ ଗ୍ରାମକୁ ପାଣି ଯୋଗଇ ପାରିବ? ସେଥିପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି? ଯଦି ନାହିଁ ତେବେ ଏଠାରେ ଟାଙ୍କି ନିର୍ମାଣ ହେଲେ ଅନେକ ଗାଁ ତଥା ପାହାଡ ତଳେ ଘର କରିଥିବା ଅନେକ ପରିବାର ପାଇପ ପଇବେ ସିନା ହେଲେ ପାଣି ପାଇବେ ନାହିଁ। ଏହି ପଞ୍ଚାୟତର ଭୁବନପୁର ଗ୍ରାମରେ ପିଇପ ବିଛା କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର କିଛି ଲୋକଙ୍କ ଘରକୁ ମୋଟା ପାଇପ ଯୋଗାଇ ଦେଇଥିବା ବେଳେ କିଛି ଲୋକଙ୍କ ଘରକୁ ଅଭିଯୋଗ ପରେ ପାଇପ ଯୋଗାଇ ଦେଇଛି। ଏପରିକି କିଛି ଲୋକଙ୍କ ଘର ମୁଖ୍ୟ ପାଇପ ଠାରୁ ୧୦୦ମିଟରରୁ ଅଧିକ ଦୁରତା ବହନ କରୁଥିଲେ ମଧ୍ୟ ସେଠାକୁ ସରୁ ପାଇପ ତାହା ପୁଣି ୫ମଟରରୁ କମ ଯୋଗଇ ଦିଆଯାଇଛି। ଯାହା ଦ୍ୱାରା ସେହି ପରିବାର ନିକଟକୁ ପାଣି ପହଞ୍ôଚବା କେବେ ସମ୍ଭବପର ହୋଇ ପାରିବ ନାହିଁ। ସମାନ ଭାବରେ ପାଇପରେ କଟନି ଛଟନି କରି ସମସ୍ତଙ୍କୁ ଘର ପର୍ଯ୍ୟନ୍ତ ପାଇପ କିଣିବାକୁ କୁହାଯାଉଛି। ଅନେକ ଗାଁର ରାସ୍ତାକୁ ତାଡି ଫୋପାଡି ଦିଆଯାଇଛି। ପାଇପ ବିଛା ସରିଲା ପରେ ମଧ୍ୟ ଅଦ୍ୟାବଧି ରାସ୍ତାର ମରାମତି କରାଯାଉନାହିଁ। ସେହପରି ଭାବରେ ଅନେକ ସ୍ଥାନରେ ରାସ୍ତାରେ ଗାଡ ଖୋଳାଯାଇଥିଲେ ମଧ୍ୟ ତାକୁ ନ ପୋତିବା ଦ୍ୱାରା ଗାଈଗୋରୁ ପିଲାଛୁଆ ରାସ୍ତା ପାର ହେବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ରାସ୍ତାପାର କରି ଘରକୁ ପାଇପ ଯୋଗାଇବା ପରେ ଯୋଉଁ କଂକ୍ରିଟ କରାଯାଇଛି ତାହା ଖୁବ ଶ୍ରିଘ୍ର ଉଠିଯାଉଛି। ଆତ୍ୟନ୍ତ ନିମ୍ନ ମାନର ଢଳେଇରେ ରାସ୍ତା ମଝିରେ ପାଇପ ଘୋଡା ଯାଉଥିବାରୁ ତାହା ଆଳ୍ପ ଦିନରେ ଭାଙ୍ଗି ଗଲାଣି। କେମିତି ହେଲେ କାମ ସାରି ଚାଲିଜିବାକୁ ଠିକାଦାର ଅଣ୍ଟା ଭିଡି ତତପର। ଯାହାକୁ ନେଇ କନିଷ୍ଟ ଯନ୍ତ୍ରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ଜାଣିବାକୁ ମିଳିଛି। କିନ୍ତୁ ଚାପରେ ସବୁ କିଛି ସମ୍ଭବ ହୋଇପାରିଛି। ଯାହାକୁ ନେଇ କନିଷ୍ଟ ଯନ୍ତ୍ରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ଜାଣିବାକୁ ମିଳିଛି। କିନ୍ତୁ ଚାପରେ ସବୁ କିଛି ସମ୍ଭବ ହୋଇପାରିଛି। ଅଳ୍ପ ବ୍ୟୟରେ ପୁରା ଫାଇଦା ଚିନ୍ତାଧାରା ନେଇ ଠିକାଦାର କାର୍ଯ୍ୟ କରୁଥିବାରୁ ଏପରି ଅବସ୍ତା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କଲା ପରେ ଅଭିଯୋଗ ମଧ୍ୟ କଲେଣି ତେବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଅଘୋଷିତ ଚୁକ୍ତି ହୋଇଥିବାରୁ ଏବଂ ଏଥିରେ ସ୍ଥାନୀୟ ନେତାଙ୍କର ସମ୍ପୃକ୍ତି ରହୁଥିବାରୁ ଯୋଜନାର ସଫଳତାକୁ ନେଇ ଲୋକେ ପ୍ରଶ୍ନ ଉଠେଇଲେଣି। ଏପରି ସ୍ଥିତିରେ ଯଦି ଉଚ୍ଚ କତ୍ତୃପକ୍ଷ ଏହା ଉପରେ ଏବେଠାରୁ ଗୁରୁ୍ତ୍ୱ ନଦିଅନ୍ତି ତେବେ ଏହି ମେଗା ପ୍ରକଳ୍ପ ମଧ୍ୟ ଖୁବ କମ ଦିନ ମଧ୍ୟରେ ଅଚଳ ହେବା ସହିତ ଓଭରହେଡ ପ୍ରକଳ୍ପ ପରି ହେବ ଏଥିରେ ସନ୍ଦେହ ନାହିଁ। ବିଭାଗୀୟ ଅଧିକାରୀ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.