କରୋନା ଲକଡାଉନ : ଦିନ ମଜୁରିଆଙ୍କୁ ୟୁଥ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ସହାୟତା

ବାଲିକୁଦା : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗା ଗ୍ରାମପଞ୍ଚାୟତରେ ଲକଡାଉନରେ ଘରୁ ବାହାରି ପାରୁନଥିବା ଦିନ ମଜୁରିଆ ପରିବାରଙ୍କୁ ୟୁଥ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ସାହାୟତା ପ୍ରଦାନ କରାଯାଇଛି। ଏହିଭଳି ସମୟରେ ୟୁଥ ଫାଉଣ୍ଡେସନ ସହାୟତା ଦିନ ମଜୁରିଆଙ୍କ ମୁହଁରେ ହସ ଫୁଟାଇଛି।  ଏଥିରେ ୟୁଥ ଫାଉଣ୍ଡେସନର ସଦସ୍ୟ କମଳାକାନ୍ତ ମହାପାତ୍ର, ରମେଶ ଚନ୍ଦ୍ର ବହିରା, ରଶ୍ମି ରଞ୍ଜନ ବାରିକ, ତାପସ ବିଶ୍ୱାଲ, ଅମୀୟ ନାୟକ ପ୍ରମୁଖ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସର୍ବଦା ୟୁଥ ଫାଉଣ୍ଡେସନ ସାଥିରେ ଅଛୁ ବୋଲି କହିଛନ୍ତି ।

Comments are closed.