ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବାଲିଗୁଡ଼ା : କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ଅଭାବନୀୟ ଘଟଣା ଘଟିଛି । ପୂର୍ବତନ ସରପଞ୍ଚ ବ୍ରଜରାଜ ବିଷୋୟୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟା କରିଥିବା ଅଭିଯୁକ୍ତ ଜଣଙ୍କ ନାଁ ଡେପୁଟି ବିଷୋୟୀ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଭିଯୁକ୍ତ ଡେପୁଟି ପୂର୍ବତନ ସରପଞ୍ଚ ବ୍ରଜାରାଜଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଆସିବାକୁ ଡାକିଥିଲା। ଏହାପରେ ବ୍ରଜରାଜ ଘରୁ ବାହାରିବା ପରେ ଡେପୁଟି ତାଙ୍କୁ ଟାଙ୍ଗିଆରେ ହାଣି ଘଟଣା ସ୍ଥଳରୁ ଖସି ପଳାଇଛି। ଗୁରୁତର ଅବସ୍ଥାରେ ବ୍ରଜରାଜଙ୍କୁ ଉଦ୍ଧାର କରାଯାଇ ସାରଙ୍ଗଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ଧରାପଡ଼ିଲେ ହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ପୁଲୁସ କହିଛି ।

Comments are closed.