ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାତ୍ରସାହିରେ ମଙ୍ଗଳବାର ଅଭିମନ୍ୟୁ ପଣ୍ଡା ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଅଭିମନ୍ୟୁ ନିଜ ଘର ଆଗରେ ଛିଡ଼ା ହୋଇଥିବାବେଳେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାରେ ତାଙ୍କର ମୃତ୍ୟୁ ଘଟିଛି। ଗୁଳିମାଡ଼ର କରାଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.