ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ମାଓ ପୋଷ୍ଟର

ବାଲିଗୁଡା : କିଛି ଦିନର ବ୍ୟବଧାନ ପରେ ବାଲିଗୁଡ଼ା ଥାନା ଅଂଚଳରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି।  ବାଲିଗୁଡ଼ା ଥାନା ବାରଖମା , ରେବିଙ୍ଗିଆ ,ବାଟାଗୁଡା ଓ ମିଡିଆପାଙ୍ଗା ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। । ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲ କୁ ବନଜତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି ।
ଗଞ୍ଜେଇ  କାଟିବାକୁ ଆସୁଥିବା ପୁଲିସ କର୍ମଚାରୀ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା, କୁମ୍ପିଙ୍ଗ୍ ନାମରେ ଆସି ମାଁ ଭଉଣୀ ମାନଙ୍କୁ ଅତ୍ୟାଚାର , ବଳାତ୍କାର ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।   ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ  ଏବଂ ଡିସେମ୍ବର ୨ ଠାରୁ ୮ ତାରିଖ ଦିନ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ସି ପି ଆଇ ( ମାଓବାଦୀ ) କେ କେ ବି ଏନ୍ ଡିଭିଜନ ବୋଲି ଉଲ୍ଲେଖ ଅଛି। ଏସଡ଼ିପିଓ କହିଛନ୍ତି ଏହାକୁ ନେଇ ତଦନ୍ତ ଚାଲିଛି ଏହି ପୋଷ୍ଟର ମାଓ ଲଗାଇଛନ୍ତି କି ଗଂଜେଇ ମାଫିଆ ଲଗାଇଛନ୍ତି ତାହା ତଦନ୍ତ କଲାପରେ ଜଣାପଡିବ ବୋଲି କହିଛନ୍ତି ।

Comments are closed.