୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ଠାରେ ମାଓ ପୋଷ୍ଟର ଓ ବ୍ୟାନର

ବାଲିଗୁଡା: ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର ରାୟପୁର ରାସ୍ତା କନ୍ଧମାଳ ଜିଲା ଅନ୍ତର୍ଗତ ବାଲିଗୁଡ଼ାର କଲେଜ ଘାଟିରେ ମାଓ ପୋଷ୍ଟର। ଅଗଷ୍ଟ ୧୮ରୁ ୨୪ ବନ୍ଦ ଡାକରାକୁ ସଫଳ କରିବାକୁ ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗତ କିଛି ଦିନ ତଳେ ଯବାନ ଗୁଳିରେ ମୃତ୍ୟୁ ବରଣ କରିଥିବା ସହିଦଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ମାଧ୍ୟମରେ ମାଓ ଡିଭିଜନର କେକେବିଏନ ଡିଭିଜନ ଲାଲ ସଲାମ ଜଣାଇଛନ୍ତି। ଖୋଲାଖୋଲି ଭାବେ ଥାନାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ମାଓ ପୋଷ୍ଟର ଲାଗଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ମାଓ ପୋଷ୍ଟର ଓ ବ୍ୟାନର ବାଲିଗୁଡା କଲେଜ ଘାଟିରେ ଅପରାହ୍ନରେ ଦେଖିବାକୁ ମିଳିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସକାଳୁ କ.ନୂଆଗାଁରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା।

Comments are closed.