ଆରଟିଆଇ କର୍ମୀଙ୍କ ହତ୍ୟା ଘଟଣା, ୫ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡ଼ାରେ ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ୨ ସୁପାରୀ କିଲର ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କେ ବିଶ୍ୱଜିତ ପାତ୍ର, ରାସବିହାରୀ ଦାଶ, କେ ବାଲାଜି ଆଚରୀ ଓ ଅନ୍ୟ ଦୁଇ ସୁପାରୀ କିଳର। ସୂଚନା ଯୋଗ୍ୟ, ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଦୋକାନ ଗୃହ ବିବାଦରୁ ହତ୍ୟାକାଣ୍ଡ ଘଟିଥିଲା। ହତ୍ୟା ପାଇଁ ସୁପାରୀ କିଲଙ୍କୁ ୧ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାରେ ବ୍ୟବହୃତ ଗୋଟିଏ ବନ୍ଧୁକ ସହ ୩ଟି ଗୁଳି ମଧ୍ୟ ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ପ୍ରତୀକ ସିଂହ ଏନେଇ ସୂଚନା ଦେଇଛନ୍ତି।ଗତ ୧୦ ତାରିଖରେ ଅଭିମନ୍ୟୁଙ୍କୁ ଗୁଳି କରି ୨ ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ।

Comments are closed.