ବାଲିଗୁଡାର ବରାଳଦେବୀ ପିଠରେ ନବରାତ୍ରୀ ପୂଜା ଆରମ୍ଭ

ବାଲିଗୁଡା : ବାଲିଗୁଡା ସ୍ଥିତ ବରାଳ ଦେବୀ ପୀଠରେ ଆଜି ନବରାତ୍ରୀ ପୂଜା ଆରମ୍ଭ ହୋଇ ଯାଇଛି। ଆଜି ନିକଟସ୍ଥ ଖଡଗନଦୀରେ ପୂଜାଚର୍ଚ୍ଚନା କରିବା ପରେ ମୁଣ୍ଡରେ କଳସୀ ଧରି ବରାଳଦେବୀ ପୀଠ ଅଭିମୁଖେ ଜଳଯାତ୍ରା କରିଥିଲେ। ଏଥି ମଧ୍ୟରେ ନବରାତ୍ରୀ ପୂଜା ନିମନ୍ତେ ସମସ୍ତ ଦେବା ଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ ପାଇଁ ସମସ୍ତ ମନ୍ଦିରକୁ ଯାଇ ରୀତିନୀତି ପ୍ରକାରେ ବରଳା ଦେବୀ ମନ୍ଦିର ପ୍ରାଙ୍ଗଣରେ ପହଁଚିଥିଲେ। ନଦୀରୁ ଆଣିଥିବା କଳସୀରେ ଜଳକୁ ପୂଜାଚର୍ଚ୍ଚନା କରି ସ୍ଥାପନ କରାଯାଇଛି। ଏହି ନବରାତ୍ରୀ ପୂଜାରେ କ୍ରତାଭାବେ ସପ୍ନେଶ୍ୱର ସାହୁ ଓ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ ସମସ୍ତ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଛନ୍ତି। ଉକ୍ତ ନବରାତ୍ରୀ ପୂଜାକୁ କୋଭିଡ-୧୯ ନିୟମକୁ ପ୍ରଶାସନ ଦ୍ୱାରା କରାଯାଇଥିବା ନିତି ନିୟମକୁ ମାନି ଆରମ୍ଭ ହୋଇଛି। ନବରାତ୍ରୀ ପାଳନ କରାଯାଉଥିବା ସ୍ଥାନରେ ହାତଗଣତି ଯେତେ ଜଣ ଉପସ୍ଥିତ ରହିଛନ୍ତି ସେମାନେ ମୁହଁରେ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ମାନି ସବୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପଦ୍ମ ଚରଣ ପାଣୀଗ୍ରାହୀ, ଅସିତ କୁମାର ବେହେରା ରଂଜିତ ସାହୁ, ସୁରେନ୍ଦ୍ର ପାତ୍ର ଓ ଅନ୍ୟ ମାନେ ନବରାତ୍ରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବିନା ଅଡମ୍ବରରେ କରାଯାଉଛି କେବଳ ପୂଜା ହିଁ କରାଯାଉଛି ଏହି ନବରାତ୍ରୀରେ।

Comments are closed.