ବାଲିଗୁଡ଼ା ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୩ ଦିନ ପାଇଁ ବନ୍ଦ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ତିନିଦିନ ପାଇଁ ବନ୍ଦ କରିଦିଆଯାଇଛି। ଉକ୍ତ ବିଭାଗର ମୁଖ୍ୟଙ୍କ ସମତେ ଅନ୍ୟ ନର୍ସ ଓ ଆଶା କର୍ମୀ କରୋନା ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ।

ସୂଚନା ପ୍ରକାରେ, ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ୍‍  ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତରଙ୍କୁ କରୋନା ଚିହ୍ନଟ ସହିତ ଉକ୍ତ ବିଭାଗରେ କାର୍ଯ୍ୟରତ କିଛି ନର୍ସ ଓ ଆଶା କର୍ମୀ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି। ଏଥି ସହିତ ଆଜି ଚିକିତ୍ସାଳୟର ଅନ୍ୟ ବିଭାଗ ଗୁଡ଼ିକୁ ମଧ୍ୟ ସାନିଟାଇଜ୍‍ କରାଯାଇଛି। ସାମାଜିକ ଦୂରତ୍ୱ ବଜାୟ ରଖି ବର୍ତ୍ତମାନ ରୋଗୀ ସେବା ଯୋଗାଇ ଦିଆଯାଉଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେହି ସମସ୍ତଙ୍କର କୋଭିଡ଼୍‍ ପରୀକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେବା ଆରମ୍ଭ ହୋଇଛି। ତେବେ ଉକ୍ତ ଡ଼ାକ୍ତରଖାନାରେ ଏକ ମୁଖ୍ୟ ବିଭାଗକୁ ୩ ଦିନ ପାଇଁ ବନ୍ଦ କରିଦିଆଯାଇଥିବା ଓ ଅନ୍ୟପଟେ ଉକ୍ତ ଡ଼ାକ୍ତରଖାନାରେ ଆବଶ୍ୟକ ଡ଼ାକ୍ତର ଠାରୁ ମାତ୍ର ହାତଗଣତି କିଛି ଡ଼ାକ୍ତର ବର୍ତ୍ତମାନ ରୋଗୀ ସେବା ଯୋଗାଉଥିବାରୁ ଏବେ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Comments are closed.