ଅଗ୍ନି କାଣ୍ଡରେ ୫ ଛେଳି ଜୀବନ୍ତ ଦଗ୍ଧ

ବାଲିଚନ୍ଦ୍ରପୁର : ଦର୍ପଣ ତହସିଲ ଅନ୍ତର୍ଗତ ଝରକୂଳ ଗ୍ରାମରେ ଅଗ୍ନି କାଣ୍ଡ ଘଟି ଦୁଇ ବଖରା ଗୁହାଳ ଘର ଜଳି ଯିବା ସହ ୫ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗାଇ ଅହତ ହୋଇଛନ୍ତି। ଏହି ଗ୍ରାମର ସେକ ସମସୁରଙ୍କ ଗୁହାଳ ଘରେ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିଲା। ଫଳରେ ୨ ବଖରା ଗୁହାଳ ଘର ସଂପୁର୍ଣ୍ଣ ଜଳି ଯିବା ସହ ସେଥିରେ ଥିବା ୫ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।

Comments are closed.