ପୋଖରୀରେ ବୁଡି ନାବାଳକ ମୃତ

ବାଲିଚନ୍ଦ୍ରପୁର:  ବଡଚଣା ବ୍ଲକ୍ ବିକ୍ରମତିରଣ ପଞ୍ଚାୟତ ଅନ୍ତର୍ଗତ ଗୋବଣ୍ଡିଆ ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରାମର ପ୍ରମୋଦ ସ୍ୱାଇଁଙ୍କ ପୁଅ ପଙ୍କଜ(୧୬) ଗୁରୁବାର ଗ୍ରାମର ଦୁର୍ଗା ମଣ୍ଡପ ନିକଟକୁ ଯାଉଛି କହି ଘରୁ ବାହାରିଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପଙ୍କଜ ଘରକୁ ନଫେରିବାରୁ ଘର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ ବି ତାକୁ ପାଇନଥିଲେ।  ତେବେ ଶୁକ୍ରବାର ଗ୍ରାମର ଦଳଭର୍ତ୍ତି ପୋଖରୀରେ ଏକ ମୃତ ଦେହ ଭାସୁଥିବା କିଛି ପିଲା ଖେଳୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତ ଦେହକୁ ଉପରକୁ ଆଣିବା ପରେ ସେ ମୃତ ଦେହଟି ପଙ୍କଜର ବୋଲି ଜଣାପଡିଥିଲା। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା। ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ମୃତ ଦେହକୁ ବ୍ୟବଛେଦ ନିମନ୍ତେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ମୃତ ପଙ୍କଜ ବାପା ମା ଙ୍କର ଏକ ମାତ୍ର ପୁତ୍ର ହୋଇଥିବା ବେଳେ ଏକ ମାତ୍ର ପୁତ୍ର କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି।

 

Comments are closed.