ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଆଇଆଇସି ବଦଳି

ବାଲେଶ୍ବର: ବାଲିଆପାଳରେ ନାବାଳକଙ୍କ ମୃତ୍ୟୁ ଏବଂ ରାସ୍ତାରୋକ ଘଟଣାରେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଂଜିତ ସାହୁଙ୍କୁ ଦାୟିତ୍ବ ମିଳିଛି । ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରାଜଧାନୀ ଢ଼ାବାରେ କାମ କରୁଥିବା ଉଲୁଡ଼ା ଗ୍ରାମର ବିଜୟ (୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉତ୍ତ୍ୟକ୍ତଲୋକ ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

Comments are closed.