ବାଲିଅନ୍ତାରେ ବୋମାମାଡ଼, ୨ ଆହତ

ଭୁୁବନେଶ୍ୱର: ଭୁୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ବୋମାମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସରକଣା ପଞ୍ଚାୟତରେ ବୋମା ମାଡ଼ ହୋଇଥିବା ବେଳେ, ଏଥିରେ ୨ଜଣ ଆହତ ହୋଇଛନ୍ତି । ତେବେ ଜମିଜମା ଓ ଟଙ୍କା ଦେଣନେଣକୁ ନେଇ ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି । ବାଲିଅନ୍ତା ନିକଟରେ ଥିବା ଏକ ଆଉଟ୍‍ ହାଉସ୍‍ ଉପରକୁ ଗତକାଲି ବୋମାମାଡ଼ ହୋଇଥିଲା । ବୋମା ମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed.