ବୈତରଣୀ ବାଲିରେ ବାଲି ମେଲଣ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲାର ବରାହ ପୀଠ ନିକଟ ପୁଣ୍ୟତୋୟା ବୈତରଣୀ ବାଲିରେ ପବିତ୍ର ବାଲି ମେଲଣ ଅନୁଷ୍ଠିତ ହୋଇଯାଇଛି। ଏହି ମେଲଣରେ ସ୍ଥାନୀୟ ଅଂଚଳର ବିମାନ ଯୋଗଦେଇ ବାଲି ସ୍ପର୍ଶ ନକଲେ ଅନ୍ୟ କୌଣସି ମେଲଣକୁ ଯାଇ ପାରିନଥାନ୍ତି ବୋଲି ପ୍ରବାଦ ରହିଛି । ଚଳିତ ବର୍ଷ ୧୦୦ରୁ ଉର୍ଦ୍ଧ ରାଧା ଗୋବିନ୍ଦଙ୍କ ବିଭାନ ଘଣ୍ଟ ଶଙ୍ଖ ବଜାଇ କିର୍ତ୍ତନ କରି ମେଲଣ ପଡିଆକୁ ଆସି ପବିତ୍ର ବାଲି ସ୍ପର୍ଶ କରି ଫେରିଛନ୍ତି। ବାଲିମେଲଣ ପରିଚାଳନା କମିଟି ପକ୍ଷରୁ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଶିତ ହୋଇଥିଲା।

ଏଥିସହ ମେଲଣ ପଡିଆରେ ମୀନାବଜାର ସହ ସାଂସ୍କୃତିକ କାର୍ୟ୍ୟକ୍ରମ ସାରା ରାତି ଅନୁଷ୍ଠିତ ହୋଇଥାଏ। ମେଲଣ କମିଟି ପକ୍ଷରୁ ପ୍ରତି ବିଭାନକୁ ନୈବିଦ୍ୟ ଅର୍ପଣ କରାଯିବା ସହ ଶଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ଏହି ମେଲଣ ପଡିଆରେ ଆଧ୍ୟତ୍ମିକ ବାତାବରଣ ସୃଷ୍ଟି ପାଇଁ ବିଭିନ୍ନ ପ୍ରଦର୍ଶନି କରାଯାଇଥିଲା। ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Comments are closed.