ବାଲେଶ୍ଵର ଲକ୍ଷ୍ମୀ ସ ମିଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବାଲେଶ୍ଵର : ବାଲେଶ୍ଵର ସହରର ଗଡଗଡିଆ ଛକରେ ଥିବା ଲକ୍ଷ୍କୀ ସ ମିଲରେ ଭୟାବହ ଅଗ୍ନକାଣ୍ଡ ଘଟିଛି । ରବିବାର ଦିନ ୧୧ ସମୟରେ ସ ମିଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ନିଆଁର ସମ୍ପୁର୍ଣ ସ ମିଲକୁ ବ୍ୟାପିଯାଇଥିବା କାରଣୁ ୩ ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ।  ସ ମିଲଟି ପ୍ରାୟ ଏକ ବର୍ଷ ହେବ ବନ୍ଦ ରହିଥିଲେ ମଧ୍ୟ ଏଥିରେ ଥିବା ଲକ୍ଷାଧିକ ଟଙ୍କାର ମେସିନ ଓ ଅନ୍ୟାନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଇଲେକ୍ଟ୍ରି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.