ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମୃତ, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାଅନୁସାରେ ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢାଵା ନିକଟରେ ଟ୍ରକ ପଛରୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ ଯୋଗେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲର କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଏବଂ ପରେ ବାଲେଶ୍ବର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କୋର୍ପିଓ ଡ୍ରାଇଭର୍ କୁ ସୋର ପୋଲିସ ଅଟକ ରଖିଛି । ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା, ଜମାଲ ସାହା ବୋଲି ଜଣାପଡିଛି ।

Comments are closed.