ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟାରେ ବିଜେଡି ଆଗୁଆ

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ ରହିଥିବା ଜଣାପଡିଛି। ପୋଷ୍ଟାଲ ବାଲାଟ ଗଣତିରେ ବିଡେଡ଼ି ଆଗୁଆ ରହିଛି। ପୋଷ୍ଟାଲ ବାଲାଟ ମୋଟ ଭୋଟ ୭୧୮୪ । ଏହାମଧ୍ୟରୁ ୩୪୨୭ ବିଜେଡ଼ିକୁ ଓ ୨୮୧୨ ବିଜେପିକୁ ଭୋଟ ମିଳିଛି।
ସୂଚନା ଯୋଗ୍ୟ , ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି। ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାପଡ଼ିଛି।

Comments are closed.