କିରୋସିନି ଢାଳି ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ

ସୋର : ବାଲେଶ୍ବର ଜିଲା ସୋର ଥାନା ନଟାପଡା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଜଣେ ନାବାଳିକା ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ବୁଧବାର ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ, ଉକ୍ତ ନାବାଳିକା ଜଣଙ୍କ ଘରେ କେହି ନଥିବା ବେଳେ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି । ତେବେ ଗୁରୁତ୍ତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକା ଜଣଙ୍କ ନବମ ଶ୍ରେ ଣୀ ରେ ପାଠ ପଢୁଥିବା ସୂଚନା ମିଳିଛି । ତେବେ ସେ କେଉଁ କାରଣରୁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।ଖବର ପାଇ ସୋରପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.