ଗାଁ ରେ ବୁଲୁଛି ବାଟବଣା ଭାଲୁ

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ରୁ ଜନବସତି କୁ ପ୍ରବେଶ କରିଥିବା  ଏକ ଭାଲୁ ବାଟବଣା ହୋଇ ଗାଁରେ ଏପଟ ସେପଟ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରିର ସ୍ବର୍ଣ୍ଣଚୂଡ଼ ପାହାଡ଼ ରୁ ଏହି ଭାଲୁ ଟି ଖାଦ୍ୟ ସନ୍ଧାନରେ ରବିବାର ରାତିରୁ ଓହ୍ଲାଇ ନୀଳଗିରି ଏନଏସି ୧୨ ନଂ ୱାର୍ଡ ରାଇଗାଁ କୁ ପଶିଥିଲା। ବରକୋଳି ଲୋଭ ତାକୁ ବାୟା କରିବାରୁ ସକାଳେ ବାଟହୁଡା ହୋଇ ଗାଁ ରେ ଏଣେ ତେଣେ ହେଉଥିବା ଦେଖିବାକୁ ମିଳିଛି। ଭାଲୁକୁ ଦେଖି ଅଞ୍ଚଳବାସୀ ଭୟଭୀତ ଥିବା ନେଇ ସୂଚନା ମିଳିଛି। ଏହାସହ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ନଥିବାରୁ ଲୋକେ ଘରେ କବାଟ ବନ୍ଦ କରି ରହିଛନ୍ତି।

Comments are closed.