ମିଳୁନି କରୋନା ଟୀକା, ରାସ୍ତାରେ ବସିଲେ ବରିଷ୍ଠ ନାଗରିକ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନେ କରୋନା ଟୀକା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ଏମାନେ ପ୍ରଥମ ପର୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦିତୀୟ ଟୀକା ଦିଆ ଯାଉନି। ବାର୍ଦ୍ଧକ୍ୟ ଅବସ୍ଥା ସତ୍ତ୍ୱେ ନିଜ ଜୀବନ ବଞ୍ଚାଇବା ଉଦେଶ୍ୟ ରେ ଟୀକା ନେବାକୁ ଏମାନେ ବାରମ୍ବାର ଡାକ୍ତରଖାନାରୁ ଫେରୁଛନ୍ତି। ସୋମବାର ସକାଳେ ୪୦ରୁ ଉର୍ଦ୍ଧ୍ବ ବୟସ୍କ ନୀଳଗିରି ଡାକ୍ତରଖାନାରୁ ଘୁରିଲେଣି। ସେପଟେ ଦ୍ୱିତୀୟ ଟୀକା ଦାବି କରି କେତେକ ବରିଷ୍ଠ ନାଗରିକ ଡାକ୍ତରଖାନା ସମୁଖ ରାସ୍ତା ଉପରେ ବସି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି।

Comments are closed.