ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟିଲା ଯାତ୍ରୀବାହୀ ବସ ; ୫ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲା ଡ଼ିଗିରିବାହୀ ଛକ ନିକଟରେ ମଙ୍ଗଳବାର ସକାଳ ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଧାନ ବିଲ ମଧ୍ୟକୁ ଓଲଟି ପଡ଼ିବାରୁ ପ୍ରାୟ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ରହିଛନ୍ତି ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବସରେ ପାଖାପାଖି ୨୦ ଜଣ ଯାତ୍ରୀ ଥିଲେ। ଉକ୍ତ ବସଟି କସାଫଳରୁ ବାଲେଶ୍ୱର ଆସିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନେ ଏକ ବଡ଼ ଧରଣର ବିପଦରୁ ବର୍ତ୍ତି ଯାଇଛନ୍ତି ବୋଲି ସୂଚନା ମିଳିଛି।

 

Comments are closed.