ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା। ଆକାଶରେ ଏକ ହେଲିକପ୍ଟରରୁ ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରକୁ ବଙ୍ଗୋପସାଗରରେ ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା। ଏହା ସଫଳ ହୋଇଥିଲା। ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର। ଏହି ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ସୂଚନା ଦେଇଛି।

Comments are closed.